ସେ କେମିତି ବୁଝିବ ଦରଦ ଏ ଛାତିର
ସିଏ କି ବୁଝିବ ଦରଦ ଏ ଛାତିର
ଆଜିବି ସେ ମୋର
ନିଜଠୁ ନିଜର....
ହଁ ସ୍ୱାର୍ଥ ନାହିଁ କିଛି
ହୃଦୟ ରେ ମୋର
ତଥାପି ମୋତେସେ କହେ
ସ୍ୱାର୍ଥପର...
ତୋ ବାଟରେ ଯଦି
କଣ୍ଟା ମୁଁ ଥିଲି
କାଇଁ ଦେଉଥିଲୁ
ମୋତେ ଆଣି ଫୁଲ ।
ତୋ ପାଇଁ ଯଦି ମୁଁ
ଯୋଗ୍ୟ ନ ଥିଲି
କାଇଁ ପାଉଥିଲୁ ମୋତେ ତୁ ଭଲ ।
ମିଛରେ ରେ ମିଛରେ ସାଥି ହେଇଥିଲୁ
ସତରେ ସତରେ ଛାଡି ଚାଲିଗଲୁ ।
ତୁ ଏକା ଜାଣୁ
କେମିତି ତୋ ବିନା
କାଟେ ମୁଁ ଦିନ ।
ଏ ମନ ମୋ ମନ
ଝୁରେ ତା'କୁ ରାତିଦିନ ।
ହେ ଆ ଫେରିଆ
ପ୍ରିୟା ତୁ ଥରେ ଖାଲି
ତୋ ପାଇଁ ପଡିଛି
ଏ ହୃଦୟ ଖାଲି....
ହେ ଆ ଫେରିଆ
ଆ ଥରେ ଫେରିଆ.....
Comments
Post a Comment